୧୦ ଦଫା ଦାବି ନେଇ ଆନ୍ଦୋଳନ କରୁଛି ଓମ୍‌ସା, ଆଜିଠୁ ୨ ଘଣ୍ଟା ଓପିଡି ସେବା ବନ୍ଦ


 

ଭୁବନେଶ୍ୱର: ଦାବି ପୂରଣ ନ ହେବାରୁ ତେଜିଲା ଡାକ୍ତରଙ୍କ ଆନ୍ଦୋଳନ । ଆଜିଠୁ ୨ ଘଣ୍ଟା ଓପିଡି ସେବା ବନ୍ଦ । ଓମ୍‌ସା ପକ୍ଷରୁ ବିଭିନ୍ନ ହସ୍ପିଟାଲରେ ୨ ଘଣ୍ଟିଆ ଓପିଡି ବନ୍ଦ । ଆଜିଠୁ ୯ଟାରୁ ୧୧ଟା ଯାଏଁ ଓପିଡି ବନ୍ଦ ରଖିବାକୁ ଓମ୍‌ସାର ନିଷ୍ପତ୍ତି । ପଦୋନ୍ନତି ସମେତ ୧୦ ଦଫା ଦାବି ନେଇ ଆନ୍ଦୋଳନ କରୁଛି ଓମ୍‌ସା । ଆଜିଠାରୁ ଓମ୍‌ସା ଡାକ୍ତର ଦୁଇ ଘଣ୍ଟା ପାଇଁ ଓପିଡି ସେବାରେ ଅସହଯୋଗ କରିବେ। ଓମ୍‌ସା ସଭାପତି ଡାକ୍ତର କିଶୋର ଚନ୍ଦ୍ର ମିଶ୍ର ଓ ସାଧାରଣ ସମ୍ପାଦକ ଡା. ସଞ୍ଜୀବ ପ୍ରଧାନ କହିଛନ୍ତି, ଦାବି ପୂରଣ ନେଇ ସରକାରଙ୍କ ପକ୍ଷରୁ କୌଣସି ନିଷ୍ପତ୍ତି ନିଆଯାଇନି। ତେଣୁ ଆନ୍ଦୋଳନ ଅବଧି ବଢ଼ାଇବା ପାଇଁ ଓମ୍‌ସା ବାଧ୍ୟ ହେଉଛି। ଏହା ଦ୍ୱାରା ସ୍ବାସ୍ଥ୍ୟସେବାରେ ଜଟିଳ ପରିସ୍ଥିତି ସୃଷ୍ଟି ହେଲେ ସରକାର ଦାୟୀ ରହିବେ। ୧୪ ତାରିଖ ପର୍ଯ୍ୟନ୍ତ ୧୦ ଦିନ ବ୍ୟାପୀ ସକାଳେ ଘଣ୍ଟାଏ ପରିବର୍ତ୍ତେ ୯ରୁ ୧୧ଟା ଓପିଡି ସେବା ବର୍ଜନ କରାଯିବ। ଏହାପରେ ବି ସରକାର ଦାବି ପୂରଣ ନ କଲେ ୧୫ତାରିଖରୁ ସକାଳେ ୨ ଘଣ୍ଟା ଓ ଉପରବେଳା ସମ୍ପୂର୍ଣ୍ଣ ଓପିଡି ବନ୍ଦ କରାଯିବ। କେବଳ ଜରୁରିକାଳୀନ ସେବା ଜାରି ରହିବ। ଏହାପରେ ୨୭ରୁ ସମ୍ପୂର୍ଣ ଭାବେ ଓପିଡି ସେବା ବନ୍ଦ ହେବ। ଏହାଛଡ଼ା ୨୬ରୁ ବନ୍ଦ ରହିଥିବା ଏନ୍ଏଚ୍ଏମ୍ ଯୋଜନାରେ ଅସହଯୋଗ ଜାରି ରହିବ ବୋଲି ସେମାନେ ଜଣାଇଛନ୍ତି। ତା' ପରେ ସରକାରଙ୍କୁ ସମୂହ ଇସ୍ତଫା ପଠାଇବ ଓମସା ।

Post a Comment

0 Comments