
କୋଦଳା ଥାନା ଅନ୍ତର୍ଗତ ନାଇକାଣୀପଲ୍ଲୀ ଗ୍ରାମରେ ଜଣେ ଯୁବକଙ୍କୁ ସଂଘବଦ୍ଧ ଭାବରେ ମାରଣାନ୍ତକ ଆକ୍ରମଣ ହୋଇଥିବା ଦେଖିବାକୁ ମିଳିଛି। ଆହତ ଯୁବକ ଜଣକ ହେଲେ ନାଇକାଣୀପଲ୍ଲୀ ଗ୍ରାମର ଗୋବରା ସ୍ବାଇଁଙ୍କ ପୁଅ ଉପେନ୍ଦ୍ର ସ୍ବାଇଁ ବୋଲି ଜଣାପଡିଛି। ଉପେନ୍ଦ୍ରଙ୍କର ବାମ ହାତର ଚାରୋଟି ଆଙ୍ଗୁଠି,କାନ୍ଧ ଓ ମୁଣ୍ଡକୁ ଧାରୁଆ ଅସ୍ତ୍ର ଦ୍ବାରା ଆକ୍ରମଣ ହୋଇଥିବା ସେ କହିଛନ୍ତି। ଆହତ ଅବସ୍ଥାରେ ଉପେନ୍ଦ୍ରଙ୍କୁ ସଂପର୍କିୟମାନେ ଅଟୋ ରିକ୍ସା ଯୋଗେ ନିକଟସ୍ଥ ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ସେ କୋଦଳା ଥାନାକୁ ଏତଲା ଦେବା ପାଇଁ ଯାଇଛନ୍ତି। ଆକ୍ରମଣକାରୀ ମାନେ କୋଦଳାର ବୋଲି ଉପେନ୍ଦ୍ର କହିଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ଆକ୍ରମଣକାରୀ ନାଇକାଣୀପଲ୍ଲୀ ଗ୍ରାମରେ ତାର ମାମୁ ଘରକୁ ଆସିଥିଲା ଓ ତାଙ୍କ ସହିତ ଅନ୍ୟ ତିନି ଚାରି ଜଣ ଥିବା ସେ କହିଛନ୍ତି। ଆକ୍ରମଣର କାରଣ ବର୍ତ୍ତମାନ ସୁଦ୍ଧା ଜଣା ପଡି ନଥିବା ବେଳେ ଏତାଲା ପରେ ଜଣାପଡିବ ।
0 Comments