ରାଜନୀତି
ନୂଆ ରୂପ ପାଇବ ଲୋକସେବା ଭବନ, ଖର୍ଚ୍ଚ ହେବ ୧୦୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କା
ଭୁବନେଶ୍ୱର: ନୂଆ ରୂପ ପାଇବ ଲୋକସେବା ଭବନ । ଖର୍ଚ୍ଚ ହେବ ୧୦୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କା । ଏନେଇ ସୂଚନା ଦେଇଛନ୍ତି ପୂର୍ତ୍ତ ବିଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଭୂତଳ ପାର୍କିଂ ସହ ୩ ଥାକିଆ ପାର୍କିଂ ବ୍ୟବସ୍ତା ହେବ । ଲୋକସେବା ଭବନର ନବୀକରଣ ପାଇଁ ଡିପିଆର ପ୍ରସ୍ତୁତ ସରିଛି । ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ମଧ୍ୟ ମିଳିସାରିଛି । ଚଳିତ ବର୍ଷ ଶେଷ ସୁଦ୍ଧା ପୂରା ଲୋକସେବା ଭବନ ପୁନଃବିନ୍ୟାସ କାର୍ଯ୍ୟ ଆରମ୍ଭ ହେବ । ଲୋକସେବା ଭବନରେ ଗାଡ଼ି ପାକିଂ ପାଇଁ ରହିବ ପର୍ଯ୍ୟାପ୍ତ ଜାଗା । ଅଣ୍ଡରଗ୍ରାଉଣ୍ଡ୍ ରେ ଗାଡ଼ି ପାର୍କିଂ ହେବ । ବେସମେଣ୍ଟରେ ତଳକୁ ତଳ ତିନି ମହଲା ସ୍ମାର୍ଟ ପାର୍କିଂ ବ୍ୟବସ୍ଥାରେ ୫୭୩ କାର୍ ରହିବ । ଡ୍ରାଇଭର ଓ ଗାଡ଼ି ନଂ ପ୍ଲେଟ୍ ଚିହ୍ନିବ ଏଆଇ । ଏଥିପାଇଁ ବଡ଼ ପ୍ରକଳ୍ପ ହାତକୁ ନେବେ ସରକାର । ଏହି ବିଶାଳ ପ୍ରକଳ୍ପ ପାଇଁ ସରକାର ପ୍ରାୟ ୧୦୨ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଏହି ପଦକ୍ଷେପ ଦ୍ୱାରା ଲୋକସେବା ଭବନର କାୟାକଳ୍ପ ବଦଳିବା ସହ ଏହା ଏକ ଅତ୍ୟାଧୁନିକ ଏବଂ ସୁରକ୍ଷିତ ପ୍ରାଶାସନିକ ପରିସର ଭାବେ ଉଭା ହେବ । ଗାଡ଼ି ପାର୍କିଂ ସମସ୍ୟାର ସ୍ଥାୟୀ ସମାଧାନ ସହ ସୁରକ୍ଷା ବ୍ୟବସ୍ଥାକୁ ଏହା ଆହୁରି ସୁଦୃଢ଼ କରିବ ।
0 Comments