ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଶ୍ରଦ୍ଧାପୁର ସେବା ସମବାୟ ସମିତିରେ ଚଳିତ ବର୍ଷର ଧାନମଣ୍ଡି ଉଦଘାଟିତ ହୋଇଯାଇଛି । କବିସୂର୍ଯ୍ୟନଗର ବିଧାୟକ ଶ୍ରୀ ପ୍ରତାପ ନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିବା ବେଳେ ସମ୍ପାଦକ ପ୍ରଭାତ କୁମାର ଜେନା ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ମିଲର ମାନଙ୍କ ସହିତ ସିଧା ସଳଖ ଯୋଗାଯୋଗ ନକରି ସମବାୟ ସମ୍ପାଦକ, ବ୍ଲକ ଯୋଗାଣ ଅଧିକାରୀ, ବିଡ଼ିଓ, ତହସିଲଦାର କିମ୍ୱା ବିଧାୟକଙ୍କ ସହିତ ସିଧାସଳଖ ଯୋଗାଯୋଗ କରିବା ସହ ଟୋକନ ସମସ୍ୟା ରହିବ ନାହିଁ ବୋଲି କହିଥିଲେ ବିଧାୟକ । ଚାଷୀଙ୍କ ମୌଳିକ ସମସ୍ୟା ଦୂର କରିବାକୁ ହେଲେ ଚାଷୀ ସଚେତନ ସହ ଚାଷୀ ଏକତା ନିହାତି ଆବଶ୍ୟକ ବୋଲି କହିଥିଲେ ବିଧାୟକ । ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧକ୍ଷା ପ୍ରତିନିଧି ଦୁର୍ଯ୍ୟୋଧନ ଗୌଡ଼ , ବରିଷ୍ଠ ନେତା ସତୀଶ ରଞ୍ଜନ ତାରିଣୀ, ସ୍ଥାନୀୟ ସରପଞ୍ଚ କାଶୀନାଥ ବେହେରା,ଅଙ୍ଗାର ଗାଁ ମଣ୍ଡଳ ସଭାପତି ରାଜେନ୍ଦ୍ର ଭୂୟାଁ, ତାଳସର ସରପଞ୍ଚ ମୁକୁନ୍ଦ ମାଧବ ସ୍ୱାଇଁ, କାଶୀନାଥ ବେହେରା , ବିନୋଦ ଚନ୍ଦ୍ର ଜେନା, ଶରତ ଚନ୍ଦ୍ର ପାଣ୍ଡି,ସମିତିସଭ୍ୟ ମାଧବ ରାଉତ, ସୁଚିତ୍ରା ମହାନ୍ତି, ଷଣ୍ଢମୂଳ, ଆର ଏମ ସି କର୍ମଚାରୀ ଦେବରାଜ ସ୍ୱାଇଁ ,ସମ୍ପାଦକ ସୁକୁଟା ଗୌଡ଼, ଲିଲି ରାଉତ, ମଳୟ କୁମାର ରାଉତଙ୍କ ସମେତ ବହୁ ସ୍ଥାନୀୟ ଯୁବ ନେତୃ ମଣ୍ଡଳୀ, ସ୍ଥାନୀୟ ଜନସାଧାରଣ ଓ ଚାଷୀ ଉପସ୍ଥିତ ଥିଲେ ।
ବେଗୁନିଆପଡାରୁ କବିତା ନାୟକଙ୍କ ରିପୋର୍ଟ, ତର୍ଜମା ନ୍ୟୁଜ୍

0 Comments