ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ର ନିର୍ଦେଶ କ୍ରମେ ସମଗ୍ର ଶିକ୍ଷା ଅଭିଯାନ ଓ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ତତ୍ୱାବଧାନରେ ବେଗୁନିଆପଡା ବ୍ଲକ ଜନତା ନୋଡାଲ ହାଇ ସ୍କୁଲରେ ମଙ୍ଗଳବାର ଦିନ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଓ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବେଗୁନିଆପଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ରୁଦ୍ର ନାରାୟଣ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ମୁଖ୍ୟଅତିଥି ଭାବେ ବେଗୁନିଆପଡା ଥାନା ଅଧିକାରୀ ଭଗବାନ ପୂଜାରୀ, ମୁଖ୍ୟ ବକ୍ତା ଭାବେ ଷଣ୍ଢମୂଳ ସରକାରୀ ଉର୍ଣ୍ଣିତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରଦ୍ଧା ରଞ୍ଜନ ରାୟ, ସାମ୍ନାନୀତ ଅତିଥି ଭାବେ ଏ ଵି ଇ ଓ ଜ୍ୟୋତିର୍ମୟୀ ନନ୍ଦ, ସ୍ଥାନୀୟ ପ୍ରଧାନଶିକ୍ଷକ ମୀନ କେତନ ମହାରଣା, ଶିକ୍ଷକ ସଂଘ ସଭାପତି ପଙ୍କଜ କୁମାର ବେହେରା ଯୋଗଦେଇ ବିଜ୍ଞାନ ମେଳାର ଉଧେଶ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଵା ସହ ଛାତ୍ରଛାତ୍ରୀ ଙ୍କୁ ଉତ୍ସାହିତ କରିଥିଲେ । ଏହି ମେଳା ରେ ଜୁନିୟର, ସିନିୟର ଓ ବାଲ ବିଭାଗ ରେ ମୋଟ 217 ଗୋଟି ପ୍ରକଳ୍ପ ସ୍ଥାନିତ ହୋଇଥିଲା। ସେଥି ମଧ୍ୟରୁ ପ୍ରତ୍ୟେକ ବିଭାଗ ର ତିନି ଜଣଙ୍କ ପ୍ରକଳ୍ପ ଚୟନ ସହ ଉକ୍ତ ପ୍ରକଳ୍ପ ଜିଲ୍ଲା ସ୍ତରୀୟ ବିଜ୍ଞାନ ମେଳାରେ ଭାଗ ନେବେ । ଏଥିରେ ବିଚାରକ ଭାବେ ରାମଚନ୍ଦ୍ର ମର୍ଦ୍ଧରାଜ ବିଜ୍ଞାନ ମହାବିଦ୍ୟାଳୟ ର ଅଧ୍ୟାପକ ରାଜେନ୍ଦ୍ର କୁମାର ଜେନା ଓ ଅରୁଣ କୁମାର ପ୍ରଧାନ ଏବଂ ଲକ୍ଷ୍ମୀ ନାରାୟଣ ମହାବିଦ୍ୟାଳୟର ଅଧ୍ୟାପକ ଆଶୁତୋଷ ସାହୁ ବୀରେନ୍ଦ୍ର ପାଲ ଯୋଗଦେଇ ଥିଲେ । ସମସ୍ତ ସି ଆର ସି ସି ଓ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ ।
ବେଗୁନିଆପଡା ରୁ କବିତା ନାୟକ ଙ୍କ ରିପୋର୍ଟ ତର୍ଜମା news

0 Comments